ସନ୍ଷ୍ଟାର ଟିଭି ବ୍ୟୁରୋ
ବିଜାପୁର: ବିଜାପୁରରେ ପୁଣି ମାଓବାଦୀଙ୍କ ଆତଙ୍କ ଦେଖାଯାଇଛି । ତିନିଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଅଭିଯୋଗ ଆସିଛି । ଗତକାଲି ଅପରାହ୍ଣରେ କୋବ୍ରା ଯବାନ ରାକେଶ୍ଵର ସିଂ ମାନହାସଙ୍କୁ ଛାଡିବାର କେଇ ଘଣ୍ଟା ନପୁରୁଣୁ ଗତକାଲି ରାତିରେ ତିନିଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଛନ୍ତି । ବିଜାପୁର ଜିଲ୍ଲା ଗଙ୍ଗାଲୁରୁ ଅଞ୍ଚଳରୁ ସେହି ସ୍ଵାସ୍ଥ୍ୟକର୍ମୀଙ୍କ ଘର ଭିତରେ ପଶି ସେମାନଙ୍କ ହାତ ବାନ୍ଧି ନେଇଯାଇଥିବା ନେଇ ଏସପି କୋମଲଚନ କଶ୍ୟପ ସୂଚନା ଦେଇଛନ୍ତି ।
ମାଓ – ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ଅପହରଣ କରିନେଇଥିଲେ । ତାଙ୍କୁ ୫ ରଖିବା ପରେ ମଧ୍ୟସ୍ଥିଙ୍କ ଉପସ୍ଥିତିରେ କିଛି ଚୁକ୍ତି ସହିତ ଗତକାଲି ଛାଡିଦେଇଥିଲେ ମାଓ ସଂଘ ।