ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମୃତ୍ୟୁ ଜୀବନରେ ଥରେ ହିଁ ଆସିଥାଏ । ଯାହାର ମୃତ୍ୟୁ ହୋଇଥାଏ ସେ ହିଁ ମୃତ୍ୟୁକୁ ଅନୁଭବ କରିଥିବ । କିନ୍ତୁ ନିକଟରେ ଜଣେ ମହିଳା ମୃତ୍ୟୁ ପୂର୍ବରୁ ମୃତ୍ୟୁର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଛନ୍ତି । ରେଚଲ୍ ବୋୟେଲ ନାମକ ଜଣେ ମହିଳା ମୃତ୍ୟୁକୁ ଅତି ପାଖରୁ ଦେଖି ପୁଣି ଫେରି ଆସିଛନ୍ତି ବୋଲି ଦାବି କରିଛନ୍ତି । ସେ ମୃତ୍ୟୁ ପରର ବିଷୟରେ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି ଯେ ତାଙ୍କୁ ସେହି ସମୟରେ ଏପରି ଲାଗିଥିଲା ଯେ ଯେମିତି ସମୟ ବହୁତ ଧିର ହୋଇଯାଇଛି ।
ରେଚଲ ଜଣେ ଟିକ୍ଟକର ଅଟନ୍ତି । ସେ ଏକ ଭିଡିଓ ସେୟାର କରି ଏ ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କୁ ଏକ ଦୁର୍ଲଭ ହାର୍ଟ କଣ୍ଡିଶନ ରୋଗ ହୋଇଛି । ଯାହାକୁ ଏସ୍ବିଟି ( supraventricular tachycardia) କୁହାଯାଏ । ଏହି ରୋଗ ପାଇଁ ସେ ତିନି ଥର ମରି ବଞ୍ଚି ପାରିଛନ୍ତି । ଏହି ରୋଗ ବିଷୟରେ ଅଧିକ ଜାଣିବା ପାଇଁ ଗୁଗୁଲ୍ ସର୍ଚ୍ଚ ମଧ୍ୟ କରିପାରିବେ ବୋଲି ସେ କହିଛନ୍ତି ।
ଥରେ ଏସ୍ବିଟି ଆଟାକ୍ କାରଣରୁ ତାଙ୍କର ସ୍ପନ୍ଦନ ଏକ ମିନିଟ୍ ପ୍ରତି ୨୩୦ ଥର ହୋଇଯାଇଥିଲା । ହାର୍ଟ୍ ବିଟ୍ ଏତେ ଜୋର୍ରେ ଥିଲା ଯେ ଶରୀର ତାହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନଥିଲା । ଏହାପରେ ସେ ଆଉ ମଧ୍ୟ କହିଛନ୍ତି ଯେ ସେହି ସମୟରେ ତାଙ୍କୁ ଲାଗିଲା ଯେ ତାଙ୍କ ଆଖି ସାମ୍ନାରେ ବାରମ୍ଵାର ଅନ୍ଧାର ଦେଖାଯାଉଥିଲା ଓ ଶେଷରେ ତାଙ୍କ ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା ଓ ନିଜ ଶରୀରରୁ ତାଙ୍କୁ ଅଲଗା ହେଲା ଭଳି ମଧ୍ୟ ଲାଗିଥିଲା । ଏହାପରେ ଏକ ତୀବ୍ର ଧଳା ରଙ୍ଗର କିରଣ ଦେଖାଯାଉଥିଲା ।
ରେଚଲ ଆଉ ମଧ୍ୟ କହିଛନ୍ତି ଯେ ଏହି ସମୟରେ ସମୟ ଯେମିତି ଖୁବ୍ ଆସ୍ତେ ଆସ୍ତେ ଯାଉଥିଲା ଓ ସେ କିରଣ ଆଡକୁ ଧିରେ ଧିରେ ତାଙ୍କ ଶରୀର ଗତି କରୁଥିଲା । ଓ ପଛକୁ ବୁଲି ନିଜ ଶରୀରକୁ ମଧ୍ୟ ସେ ଦେଖି ପାରୁଥିଲେ । ସେ ଆଉ ମଧ୍ୟ କହିଛନ୍ତି ଯେ ତାଙ୍କୁ ଏକଥା ଭଲସେ ମନ ଅଛି ଯେ ସେହି ସମୟରେ ତାଙ୍କ ହାର୍ଟ ସର୍ଜରୀ ହୋଇଥିଲା । ଓ ହାର୍ଟ କାମ କରିବା ବନ୍ଦ କରିଦେଇଥିଲା । ସେହି ସମୟରେ ହିଁ ଏପରି ଘଟିଥିଲା ।
ସେ ଆଉମଧ୍ୟ କହିଛନ୍ତି ଯେ ଏହାକୁ ଲୋକମାନେ ମୋର ପାଗଳାମୀ ବୋଲି କହିଥାନ୍ତି । କିନ୍ତୁ ଏମିତି ମୋ ସହ ତିନି ଥର ହୋଇଛି ଓ ପ୍ରତିଥର ଯାକ ମୋ ଆତ୍ମା ମୋ ଶରୀର ଛାଡିଲା ପରି ମତେ ଲାଗିଥାଏ ।