ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମହାମାରୀ ସମୟରେ ଛାତ୍ରଛାତ୍ରୀ ପାଠପଢା ଖୁବ୍ ପ୍ରଭାବିତ ହୋଇଛି । ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆତ୍ମବିଶ୍ଵାସ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା’ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସହିତ ଗତକାଲି ଆଲୋଚନା କରିଛନ୍ତି । ଭର୍ଚୁଆଲ୍ ମୋଡ୍ରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରତିବର୍ଷ ଭଳି ମୋଦି ଚଳିତଥର ମୋଦି ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ଵାସ ବଢାଇବା ପାଇଁ ମୋଦି କହିଛନ୍ତି ଯେ ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଏକ ସୁଯୋଗ । ଏହା କେବେ ହେଲେ ସ୍ୱପ୍ନର ଶେଷ ନୁହେଁ । ପରୀକ୍ଷା ଆପଣମାନଙ୍କର ଜୀବନର ଶେଷ ମାଇଲଷ୍ଟୋନ ନୁହେଁ । ପରୀକ୍ଷାକୁ ଆଦୌ ଡରିବା ଉଚିତ ନୁହେଁ । ପରୀକ୍ଷା ତ ଅଚାନକ ଆସିନି । ତେଣୁ ତା’କୁ ଡରିବା କାହିଁକି?
ତେବେ ସେ ଅଭିଭାବକ ଏବଂ ଶିକ୍ଷକଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି । ମୋଦି କହିଛନ୍ତି ଯେ, ସ୍କୁଲରେ ଶିକ୍ଷକମାନଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ସମ୍ପର୍କୀୟମାନେ ଏମିତି ପରିବେଶ ତିଆରି କରୁଛନ୍ତି ଯେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି । ତେଣୁ ସେ ଅଭିଭାବକଙ୍କୁ ନିଜେ ଜିଉଁଥିବା ଜୀବନ ଭଳି ତାଙ୍କ ପିଲାଙ୍କର ଭବିଷ୍ୟତ ସେପରି ନକରିବାକୁ ପରାମର୍ଶ ଦେଇଛନ୍ତି । ପିଲାମାନଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି ।