ସନ୍ଷ୍ଟାର ଟିଭି ବ୍ୟୁରୋ
ଭୋପାଳ: କରୋନାର କଳା ଛାୟା ସାରା ବିଶ୍ଵକୁ କବଳିତ କରି ରଖିଛି । ପ୍ରଥମ ପର୍ଯ୍ୟାୟ ଯିବା ପରେ ଦ୍ଵିତୀୟ ପର୍ଯ୍ୟାୟ ଆହୁରି ଚିନ୍ତା କାରଣ ସାଜୁଛି । ଦେଶର ବିଭିନ୍ନ ରାଜ୍ୟର ସରକାର ନିଜ ଅଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି କରିସାରିଛନ୍ତି ତେବେ ମଧ୍ୟ ପ୍ରଦେଶରେ ମଧ୍ୟ କରୋନା ସ୍ଥିତି ଉଦ୍ବେଗଜନକ ରହିଛି । ଯାହା ଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହାନ ଆଜି ମଧ୍ୟ ପ୍ରଦେଶରେ ସାପ୍ତାହିକ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ଲୋକମାନଙ୍କୁ ବାହାରକୁ ବାହାରିବାରେ ପ୍ରାବନ୍ଧ ଲଗାଯାଇଛି । ତେବେ ଆସନ୍ତା କାଲିଠୁ ଏହି ଆଇନ୍ ଜାରି କରାଯିବ ।
ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ ଟାରୁ ଏହି ଲକ୍ଡାଉନ୍ ବଳବତ୍ତର ରହିବ । ବଡ ବଡ ସହର ଗୁଡିକକୁ ମଧ୍ୟ କଣ୍ଟେନ୍ମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶରେ ୪,୦୮୬ ସଂଖ୍ୟକ ନୂତନ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।