ସନ୍ଷ୍ଟାର ଟିଭି ବ୍ୟୁରୋ
ଛତିଶଗଡ଼ : ମାଲକାନଗିରି ସୀମାନ୍ତ ବିଜାପୁରରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିକାଣ୍ଡ ସମୟରେ ମାଓବାଦୀଙ୍କ ଦ୍ଵାରା ଅପହୃତ ହୋଇଥିବା ଯବାନ ରାକେଶ୍ୱର ସିଂ ମନହାସ ଆଜି ମାଓବାଦୀଙ୍କ କବଳରୁ ମୁକ୍ତି ପାଇଛନ୍ତି । ମଧ୍ୟସ୍ଥିଙ୍କ ଜରିଆରେ ୨୨ କି.ମି ଦୂରରେ ବିଜାପୁରର ତାରେମ ଜଙ୍ଗଲରେ କୋବ୍ରା କମାଣ୍ଡୋଙ୍କୁ ମାଓାବାଦୀମାନେ ଛାଡି ଦେଇଥିଲେ । ତାରେମ କାମ୍ପରେ ପହଞ୍ଚିବା ପରେ ରାକେଶ୍ୱର ସିଂହଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ତାଙ୍କୁ ଛଡାଯାଇଛି । ୬ ଦିନ ପରେ ମାଓ କବଳରୁ ମୁକ୍ତ ହୋଇଛନ୍ତି ଯବାନ ।
ଅନ୍ୟ ପଟେ ଏହି ଖବର ପାଇ ତାଙ୍କ ପରିବାର ଲୋକ ଖୁବ୍ ଖୁସି ଅଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ପତ୍ନୀ କହିଛନ୍ତି ଯେ ଭାଷା ମାଧ୍ୟମରେ ମୋ ଖୁସି ପ୍ରକାଶ କରିପାରିବିନି । ମୁଁ ହିମ୍ମତ ରଖିଥିଲି । ସେ ଫେରିବେ ବୋଲି ମୁଁ ଆଶାବାଦୀ ଥିଲି ।
ସୂଚନାଯୋଗ୍ୟ ଯେ, ଏପ୍ରିଲ ୩ତାରିଖରେ ଛତିଶଗଡ଼ ବିଜାପୁରରେ ମାଓବାଦୀ -ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବନିମୟ ହୋଇଥିଲା । ଏହି ଗୁଳିକାଣ୍ଡରେ ୨୨ ଜଣ ଯବାନ ଶହୀଦ ହୋଇଥିଲେ । ଏଥିସହ ୩୧ ଯବାନ ଆହତ ହୋଇଥିଲେ ଓ ରାକେଶ୍ୱର ସିଂ ମନହାସଙ୍କୁ ମାଓବାଦୀମାନେ ଅପହୃତ କରିନେଇଥିଲେ । ଏହାପରେ ଦୀର୍ଘ ୬ ଦିନ ପରେ ସେ ତାଙ୍କୁ ମାଓବାଦୀମାନେ ମୁକ୍ତ କରିଛନ୍ତି ।