ସନ୍ଷ୍ଟାର ଟିଭି ବ୍ୟୁରୋ
ନ୍ୟୁୟର୍କ: ସାଇବର୍ ଲ ଯେତେ ତିଆରି ହେଉଛି ସାଇବର୍ କ୍ରିମିନାଲ୍ ମଧ୍ୟ ସେତେ ବଢୁଛି । ଫେସ୍ବୁକ୍ ବ୍ୟବହାରୀକାରୀମାନେ ଅଧିକ ସତର୍କ ହେବା ଉଚିତ୍, କାରଣ ହ୍ୟାକର୍ସଙ୍କ ୱେବସାଇଟରେ ୫୦ କୋଟିରୁ ଅଧିକ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ରହିଛି । ସେହି ସବୁ ଡାଟା ଗୁଡିକ ପୁରୁଣା ହୋଇଥିଲେ ମଧ୍ୟ ସୋସିଆଲ୍ ମିଡିଆର ଓ ଫେସ୍ବୁକ୍ର ସୁରକ୍ଷା ଓ ଗୋପନୀୟତା ଉପରେ ପ୍ରଶ୍ନ ଉଠୁଛି । ହ୍ୟାକର୍ସଙ୍କ ୱେବସାଇଟରେ ତଥ୍ୟ ଉପଲବ୍ଧ ନେଇ ‘ବିଜନେସ୍ ଇନସାଇଡର’ ସୂଚନା ଦେଇଛି । ୧୦୬ ଦେଶ ଏହି ହ୍ୟାକର୍ସଙ୍କ ଦ୍ଵାରା ଶିକାର ହୋଇଛନ୍ତି । ୧୦୬ ଦେଶର ଲୋକଙ୍କ ଫୋନ୍ ନମ୍ବର, ଫେସବୁକ୍ ଆଇଡି, ନାଁ, ସ୍ଥାନ, ଜନ୍ମ ତାରିଖ ଓ ଇମେଲ୍ ଆଇଡି ଅନଲାଇନରେ ଉପଲବ୍ଧ ଅଛି ।
ୟୁକ୍ରେନର ଜଣେ ସୁରକ୍ଷା ଅନୁସନ୍ଧାନକାରୀ ୨୦୧୯ ଡିସେମ୍ବରରେ କହିଥିଲେ ଯେ୨୬ କୋଟି ୭୦ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି । ତେବେ ଏବେ ଯେଉଁ ତଥ୍ୟ ଲିକ୍ ହୋଇଥିବା ନେଇ କୁହାଯାଉଛି ତାହା ୨୦୧୯ରେ ଲିକ୍ ହୋଇଥିବା ଡାଟାର ଅଂଶବିଶେଷ କି ନୁହେଁ ଜଣାପଡ଼ିନାହିଁ । ଫେସବୁକ୍ ପକ୍ଷରୁ କୁହାଯାଇଛି- ଏହା ପୁରୁଣା ଡାଟା । ଯାହାର ସୂଚନା ୨୦୧୯ରେ ଦିଆଯାଇଥିଲା । ଆମେ ଏହି ସମସ୍ୟାକୁ ୨୦୧୯ ଅଗଷ୍ଟରେ ଦୂର କରି ଦେଇଥିଲୁ ।
ତେବେ ଆଲୋନ୍ ଗଲ୍ ମଧ୍ୟ ଏହି ହ୍ୟାକ କଥା ଟ୍ଵିଟ୍ରରେ ସ୍ଵୀକାର କରିଛନ୍ତି । haveibeenpwned.com ଏହି ଓ୍ଵେବ୍ସାଇଟ୍ ମାଧ୍ୟମରେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି କି ନାହିଁ ଆପଣ ଜାଣିପାରିବେ । ଏହି ଓ୍ଵେବସାଇଟ୍ରେ ଇମେଲ୍ ଆକାଉଣ୍ଟ ଦେବାକୁ ପଡିବ ।