ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗଛି । ତେବେ ଏପରି ସ୍ଥିତିକୁ ଆୟତ୍ତ କରିବାକୁ ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ପରେ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ରାଜ୍ୟର ୧୨ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହା ରାତି ୯ ରୁ ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶକୀୟ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।
ଏହା ପୂର୍ବରୁ ରାଜଧାନୀରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ନାଇଟ୍ କର୍ଫ୍ୟୁକୁ ବାଦ ଦେଲେ ରାଜ୍ୟରେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସାର୍ବଜନୀକ କାର୍ଯ୍ୟକ୍ରମ, ବିବାହ ଉତ୍ସବ ଉପରେ ବି କଟକଣା ଲଗାଯାଇଛି । ବାହାଘର ଭୋଜି ଯଦି ହୋଟେଲରେ ହେଉଥାଏ ତେବେ ସେଠାରେ ୫୦ ଲୋକ ସାମିଲ ହୋଇପାରିବେ ଓ ଏହାଯଦି ଖୋଲା ସ୍ଥାନରେ ଆୟୋଜିତ ହୋଇଥାଏ ତେବେ ୧୦୦ ଲୋକ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ସିନେମା ହଲ ୫୦ପ୍ରତିଶତ ଦର୍ଶକରେ ଚଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।