ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭ ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୧’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମରେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକମାନଙ୍କ ସହ ଭିଡିଓ କନ୍ଫ୍ରେନ୍ସିଙ୍ଗ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛତ୍ରୀଙ୍କ ମନରେ ପରୀକ୍ଷାକୁ ନେଇ ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ ମୋଦି । ପରୀକ୍ଷା ବେଳେ କିପରି ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେଇପାରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ। ପ୍ରଥମ ଥର ପାଇଁ ୮୧ ଜଣ ବିଦେଶୀ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ଏନେଇ ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ସୂଚନା ଦେଇଥିଲେ ଓ କହିଥିଲେ ଯେ, ‘ଏକ ନୂତନ ଫର୍ମାଟ୍, ବିଭିନ୍ନ ବିଷୟ ଉପରେ ଅନେକ ମଜାଦାର ପ୍ରଶ୍ନ ଏବଂ ଆମର ସାହସୀ ଯୋଦ୍ଧା, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହିତ ଏକ ସ୍ମରଣୀୟ ଆଲୋଚନା… ୭ ଏପ୍ରିଲ ସନ୍ଧ୍ୟା ୭ଟାରେ ଦେଖନ୍ତୁ ପରୀକ୍ଷା ପେ ଚର୍ଚ୍ଚା।’ ପ୍ରଧାନମନ୍ତ୍ରୀ ଏହା ସହ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏନେଇ ଗତକାଲି ସୂଚନା ଦେଇଥିଲେ ଓ କହିଥିଲେ ଯେ ଲକ୍ଷାଧିକ ଛାତ୍ରଛାତ୍ରୀ ସିଧାସଳଖ ଭିଡିଓ କନ୍ଫରେସିଙ୍ଗ୍ ଜରିଆରେ ଯୋଡି ହେବେ । ପ୍ରାୟ ୧୪ ଲକ୍ଷ ଅଂଶଗ୍ରହଣକାରୀ ଏଥିପାଇଁ ଅନ୍ଲାଇନ ରେଜିଷ୍ଟ୍ରେସନ କରିସାରିଛନ୍ତି ।