ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶାରେ କୋଭିଡ୍ ୧୯ ଟିକାର ଅଭାବ ଦେଖାଯାଇଛି । ଯାହା ଫଳରେ ଟିକାକରଣ ବାଧାପ୍ରାପ୍ତ ହୋଇପାରେ । ଯଦି ୨ ଦିନ ଭିତରେ ଟିକା ନ ଆସେ ତେବେ ଟିକା ସରିଯାଇପାରେ । ପ୍ରତ୍ୟେକ ଦିନ ପ୍ରତିଦିନ ୨ ଲକ୍ଷ ଟିକାକରଣ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ପର୍ଯ୍ୟାପ୍ତ ପରିମାଣର ଟିକା ନଥିବାରୁ ଏହା ପ୍ରଭାବିତ ହୋଇପାରେ । ତେବେ ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ ଆଉ ମଧ୍ୟ କହିଛନ୍ତି ଯେ ଟିକା ଅଭାବ ଯୋଗୁ ରାଜ୍ୟରେ ପ୍ରାୟ ୪୦୦ ଟିକା କେନ୍ଦ୍ର ବନ୍ଦ ହେଲାଣି । ଏବେ ୧୧୦୩ କେନ୍ଦ୍ରରେ ଟିକାକରଣ ଚାଲିଛି। ଏବେ ମାତ୍ର ୧ ଲକ୍ଷ ୮୫ ଟିକା କୋଲ୍ଡ ଚେନ୍ ପଏଣ୍ଟରେ ରହିଛି। ଟିକା ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଓ ମେଲ୍ ଯୋଗେ ସୂଚନା ଦିଆଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବଢୁଥିବା ବେଳେ ଏଭଳି ଯଦି ଟିକାକରଣରେ ବାଧାପ୍ରାପ୍ତ ହେବ ତେବେ କରୋନା ଆହୁରୀ ସାଂଘାତିକ ରୂପ ନେଇପାରେ ବୋଲି ଜନମତ ପ୍ରକାଶ ପାଉଛି ।