ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ବର ରେଲୱେ ଷ୍ଟେସନରୁ ଆଜି କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଷ୍ଟେସନରୁ ୪ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ୪ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ବେଙ୍ଗାଲୁରୁ ଫେରନ୍ତା ହୋଇଥିବା ବେଳେ ଅନ୍ୟଜଣେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି ।
ଗତ ୩ ଦିନ ମଧ୍ୟରେ ଭୁବନେଶ୍ୱର ରେଳ ଷ୍ଟେସନରୁ ମୋଟ ୯ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ରେଳ ଷ୍ଟେସନରୁ ପଜିଟିଭ ଚିହ୍ନଟ ହେବା ପରେ ଷ୍ଟେସନ ବିଶୋଧନ ଉପରେ ଗୁରୁତ୍ବ ଦିଆଯାଇଛି । ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ ଥିବା ଚୌକିରେ ସାମାଜିକ ଦୂରତା ରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଲିଫ୍ଟ ବନ୍ଦ ରଖିବାକୁ ଯୋଜନା କରିଛି ରେଳବିଭାଗ ।
ତେବେ ଆଜି ରାଜ୍ୟରେ ୭୯୧ ଜଣ କୋରନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ କ୍ଵାରେଣ୍ଟାଇନ୍ରେ ୪୫୯ ଥିବାବେଳେ ୩୩୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି ।