ସନ୍ଷ୍ଟାର ଟିଭି ବ୍ୟୁରୋ
ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି ବିଜେଡି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ସରକାରୀ , ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର ବନ୍ଦା କରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛି ଦଳ ।
ତାଳଚେର ଟିଟିପିଏସ ପ୍ଲାଣ୍ଟକୁ ଯେଉଁଭଳି ଭାବରେ ବନ୍ଦ କରିଦିଆଗଲା , ତାହା ଅନୁଗୁଳ ତଥା ଓଡିଶା ପାଇଁ ଦୁର୍ଭାଗ୍ୟଜନକ ଅଟେ । ପ୍ରଦୂଷଣର ଆଳ ଦେଖାଇ କେନ୍ଦ୍ର ସରକାର ଏହାକୁ ବନ୍ଦ କରିଦେଲେ । ଯାହାଫଳରେ ୨ ହଜାର ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକ ରୋଜଗାର ହରାଇଲେ । ଟିଟିପିଏସ ପକ୍ଷରୁ ନୂତନ ପ୍ଲାଣ୍ଟ ତିଆରି ପାଇଁ କୌଣସି ସଠିକ ତଥ୍ୟ ପ୍ରଦାନ କରା ଯାଉ ନାହିଁ କି କାମରେ ଅଗ୍ରଗତି ମଧ୍ୟ କରାଯାଉ ନାହିଁ । ଏଭଳି ତରବରିଆ ଭାବରେ ଟିଟିପିଏସ୍ ବନ୍ଦକୁ ତୀବ୍ର ବିରୋଧ କରି ଏହି ବନ୍ଦ ଡାକରା ଦେଇଛି ବିଜେଡି । ରାସ୍ତାରେ ଟାୟାର ଜାଳି ଯାନବାହନ ଚଳାଚଳକୁ ଅବରୋଧ କରିଛି ବିଜେଡି । ତେବେ ଏହାର ପ୍ରଭାବ ମଧ୍ୟ ଅନୁଗୁଳର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ।