ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଏବେ ଉପରମୁହାଁ ରହିଛି । ଏହାକୁ କମାଇବା ପାଇଁ ରାଜ୍ୟ ସରକାର କୋଭିଡ୍ ୧୯ କଟକଣାକୁ କଡାକଡି କରିଛନ୍ତି । କୋଭିଡ୍ ନିୟମ ଉଲଘଂନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହାରି ମଧ୍ୟରେ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିଏମସି ପକ୍ଷରୁ ସିଲ୍ କରାଯାଇଛି । କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ଏହାକୁ ସିଲ୍ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସିଲିକନ୍ ବନ୍ଦ ରହିବ ।
କୋଭିଡ୍ କଟକଣା ଉଲ୍ଲଂଘନ ନେଇ ପୂର୍ବରୁ ସିଲିକନକୁ ବିଏମସି କାରଣଦର୍ଶାଅ ନୋଟିସ୍ ଜାରି କରିଥିଲା । କର୍ତ୍ତୃପକ୍ଷ ସନ୍ତୋଷଜନକ ଉତ୍ତର ରଖିପାରି ନଥିଲେ । ତେଣୁ ବିଏମସି ସିଲିକନ୍ ଇନଷ୍ଟିଚ୍ୟୁଟକୁ ସିଲ୍ କରି ଦେଇଥିବା ଜଣାପଡ଼ିଛି ।