ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହାର ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ସାଜିଛି ।କୋଭିଡ୍ ସ୍ଥିତି ସମାକ୍ଷା କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫ଟା ସମୟରେ ଏକ ବୈଠକ ଡକାଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହି ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଭିସି ଯୋଗେ ଉପସ୍ଥିତ ରହିବାକୁ କୁହାଯାଇଛି । ତେବେ ଆଲୋଚନା ସରିବା ପରେ କୋଭିଡ୍କୁ ନେଇ ରାଜ୍ୟ ସରକାର କିଛି ବଡ ପଦକ୍ଷେପ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।