ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଏନ.ଭି. ରମଣଙ୍କୁ ନିଯୁକ୍ତି ମିଳୁଛି । ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି । ତେବେ ଜଷ୍ଟିସ ରମଣ ସୁପ୍ରିମକୋର୍ଟର ୪୮ତମ ପ୍ରଧାନ ବିଚାରପତି ଭାବେ ଏପ୍ରିଲ୍ ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । ପ୍ରଧାନ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଏପ୍ରିଲ୍ ୨୪ରେ ଅବସର ଗ୍ରହଣ କରିବେ ।
ପ୍ରଧାନ ବିଚାରପତିଙ୍କ ପରେ ସୁପ୍ରିମକୋର୍ଟରେ ବରିଷ୍ଠ ଓକିଲ ହେଉଛନ୍ତି ଜଷ୍ଟିସ୍ ରମଣ । ଏନ୍ଭି ରମଣ ଅଗଷ୍ଟ ୨୭, ୧୯୫୭ରେ ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାର ପୋନ୍ନଭରମ୍ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
ସେ ୨୦୧୪ ଫେବ୍ରୁଆରୀ ୭ରେ ନିଯୁକ୍ତ ହୋଇଥିବା ବେଳେ ୨୦୨୨ ଅଗଷ୍ଟ ୨୬ରେ ତାଙ୍କ କାର୍ଯ୍ୟକାଳ ସରିବ । ୧୯୮୩ ମସିହା ଫେବ୍ରୁଆରୀ ମାସରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆଇନଜୀବୀ ଭାବେ ଜଷ୍ଟିସ୍ ରମଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ସେ ବିଭିନ୍ନ ସରକାରୀ ବିଭାଗ ଲାଗି ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ଫେବୃଆରୀ ୧୦,୧୯୮୩ରେ ସେ ଓକିଲ ଭାବେ ନିଯୁକ୍ତ ହୋଇଥିଲେ ।