ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାରେ ନିର୍ମାଣ ହେବାକୁ ଯାଉଛି ଦେଶର ସର୍ବବୃହତ୍ ପେଟ୍ରୋଲିୟମ ରିଜର୍ଭ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କପୁର ।୧୦ ହଜାର କୋଟି ବ୍ୟୟ ବରାଦରେ ଚଣ୍ଡିଖୋଲରେ ଏହି ପେଟ୍ରୋଲିୟମ ରିଜର୍ଭ ନିର୍ମାଣ ହେବ । ସେ ଆଉ ମଧ୍ୟ କହିଛନ୍ତି ଯେ ୪୦୦ ଏକର ଜମିରେ ଏହା ପ୍ରତିଷ୍ଠା କରାଯିବ । ଉତ୍ପାଦନ କ୍ଷମତା ବୃଦ୍ଧି ସହ ପାରାଦୀପ ରିଫାଇନାରୀର ସଂପ୍ରସାରଣ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଏହାର କ୍ଷମତା ୧୫ରୁ ୨୫ ମିଲିଅନ୍ ଟନ୍ ବୃଦ୍ଧି ପାଇବ ଓ ଅନୁମୋଦନର ୬ ବର୍ଷରେ ସରିବ । ସେହିପରି ରାଜ୍ୟରେ ୨୦୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ଏବଂ ପ୍ରତି ଘରକୁ ଗ୍ୟାସ ସଂଯୋଗୀକରରଣ ଲକ୍ଷ୍ୟକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ସଚିବ।
ରିଫାଇନାରୀର ସଂପ୍ରସାରଣ କାମ ଚଣ୍ଡିଖୋଲରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇ ସେ କହିଛନ୍ତି। ୪୦୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ଷ୍ଟୋରେଜ୍ ପ୍ରକଳ୍ପ ହେବ। ସେହିପରି ରାଜ୍ୟରେ ୨୦୦ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ଏବଂ ପ୍ରତି ଘରକୁ ଗ୍ୟାସ ସଂଯୋଗୀକରରଣ ଲକ୍ଷ୍ୟକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ସଚିବ ।