ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ଵିତୀୟ ଲହର ଆସିସାରିଛି । କ୍ରମାଗତ ଭାବେ ବଢିବାରେ ଲାଗିଛି କରୋନା ସଂକ୍ରମଣ ହାର ।ତେବେ ଏକ ପ୍ରେସ୍ କନ୍ଫ୍ରେନ୍ସରେ ସମସ୍ତଙ୍କୁ କରୋନା ଟିକା କେବେ ଦିଆଯିବ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ସଚିବ ରାଜେଶ୍ ଭୂଷଣ ।
ସେ କହିଛନ୍ତି ଯେ କରୋନା ଟିକାକୁ ନେଇ ସାରା ବିଶ୍ଵରେ ବହୁତ ବିଚାର ବିମର୍ଷ ଚାଲିଛି । ଟିକାକରଣର ପ୍ରଥମ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ଓ ହେଲ୍ଥ କେୟାରକୁ ଦୃଢ କରିବା । ଯେଉଁମାନଙ୍କୁ ଟିକା ଦେବାର ଆବଶ୍ୟକ ରହିଛି ସେମାନଙ୍କୁ ସର୍ବପ୍ରଥମେ ଟିକା ଦିଆଯାଉଛି । ଫ୍ରାନ୍ସରେ ମଧ୍ୟରେ ୫୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି ।
ତେବେ ଦେଶରେ ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ କରୋନା ଟିକା ଦିଆଯାଉଛି ।