ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିୟମକୁ ଅବମାନନା କରି କୋଟିଆରେ ନିର୍ବାଚନକୁ ନେଇ ବିଜ୍ଞପ୍ତି ଜାରି କରିଥିଲା ଆନ୍ଧ୍ରପ୍ରଦେଶ । ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲା ଓଡିଶା । ତେବେ ଆଜି ଏହି ଅଭିଯୋଗ ନେଇ ରହିତାଦେଶ ଜାରି କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ସ୍ଥଗିତ କରାଯାଇଛି । ଆସନ୍ତା ୮ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା ।
୮ରେ ଭୋଟ ଗ୍ରହଣ ହୋଇ ୧୦ରେ ଗଣତି ହେବାର ଥିଲା । ୮ରେ ଭୋଟ ହେବାର ଥିଲା ବେଳେ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା । ସରକାରୀ ବିଜ୍ଞପ୍ତିକୁ ଚାଲେଂଜ କରି ବିରୋଧୀ ଟିଡିପି, ବିଜେପି ଆନ୍ଧ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ବିଚାର କରି ନିର୍ବାଚନ ସ୍ଥଗିତ ଆଦେଶ କୋର୍ଟ ଦେଇଛନ୍ତି । ଆନ୍ଧ୍ରରେ ନିର୍ବାଚନ ସ୍ଥଗିତ ହୋଇଥିବାରୁ କୋଟିଆ ନିର୍ବାଚନ ବି ବନ୍ଦ ହୋଇଛି । ତେବେ ବାରମ୍ଵାର ଆନ୍ଧ୍ର ନିୟମକୁ ଅବମାନନା କରି ସେଠାରେ ନିର୍ବାଚନ କରୁଛି ।