ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ତେବେଗତ ୨୪ ଘଣ୍ଚା ମଧ୍ୟରେ ନୂତନ ସଂକ୍ରମଣ ସଂଖ୍ୟା ୫୦୦ ଟପିଛି । ଏହା ମଧ୍ୟରେ ଆଜି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଡେ କର୍ଫ୍ୟୁକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆବଶ୍ୟକ ପଡିଲେ ଡେ, କର୍ଫ୍ୟୁ ଲାଗୁହୋଇପାରେ । କୋଭିଡ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର । ଜିଲ୍ଲାପାଳ ମାନଙ୍କ କୋଭିଡ ତଥ୍ୟକୁ ଆଧାର କରି କର୍ଫ୍ୟୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
ଗତକାଲି ଏ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖିଥିଲେ । ଦିନବେଳା କର୍ଫ୍ୟୁ ଲାଗୁ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ । ପରେ ଏନେଇ ସ୍ପଷ୍ଟୀକରଣ ରଖିଥିଲେ ଏସଆରସି । ବର୍ତ୍ତମାନ କୈଣସି କର୍ଫ୍ୟୁ ଲାଗିବା ନେଇ ଯୋଜନା ନଥିବା କହିଥିଲେ ଏସଆରସି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୩୩୭ ଜଣ ଥିବା ବେଳେ ଲୋକାଲ କେସ୍ ୨୩୬ ରହିଛି । ଏଥିସହିତ ରାଜ୍ୟରେ ଆକ୍ଟିଭ୍ କେସ୍ ୩ହଜାର ୩୫୮ରେ ପହଞ୍ଚିଛି ।