ସନ୍ଷ୍ଚାର ଟିଭି ବ୍ୟୁରୋ
ଗଞ୍ଜାମ : ରାଜ୍ୟରେ କରୋନାର ବର୍ଦ୍ଧିତ ରୂପକୁ ଆଖିଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ନୂତନ କରୋନା ଗାଇଡ୍ଲାଇନ୍ ଜାରି କରିଛନ୍ତି । ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଲୋକ ସାମିଲ ହୋଇପାରିବେ । ବିବାହରେ ଭୋଜି ପରିବର୍ତ୍ତେ ଖାଦ୍ୟ ପୁଡିଆ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ କାର୍ଯ୍ୟକ୍ରମଗୁଡିକରେ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ କରୋନା କଟକଣାକୁ ଅଧିକ କଡାକଡି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ତେବେ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।