ସନ୍ଷ୍ଟାର ଟିଭି ବ୍ୟୁରୋ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜର ପଦରୁ ଆଜି ଇସ୍ତଫା ଦେଇଛନ୍ତି ।ମୁମ୍ଵାଇର ପୂର୍ବ କମିଶନର ପରବବୀର ସିଂହ ପୂର୍ବରୁ ତାଙ୍କ ଉପରେ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବାର ଅଭିଯୋଗ ଆଣିଥିଲେ । ତେବେ ତାଙ୍କ ବିରୋଧରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଂଚ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା କରିଥିଲେ । ସେଠାରୁ ଫେରି ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ପହଂଚାଇଛନ୍ତି । ତେବେ ଏହାକୁ ନେଇ ମହାରାଷ୍ଟ୍ରରେ ରାଜନୀତିକୁ ନେଇ ଅସ୍ଥିରତା ଦେଖାଦେଇଛି ।