ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ଵାରା ପରିଚାଳିତ ଜେଇଇ ମେନ୍ ର ତୃତୀୟ ପର୍ଯ୍ୟାୟ ଚଳିତ ମାସ ୨୭ତାରିଖରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟ ପରୀକ୍ଷା କେବଳ ଜେଇଇ ମେନ୍ ପେପର୍ ୧(ବିଇ/ବିଟେକ୍) ପାଇଁ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ସିଟିଂରେ ହେବ । ସକାଳ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୩ ଟାରୁ ୬ ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ।
ଜେଇଇ ମେନ୍ ତୃତୀୟ ପର୍ଯ୍ୟାୟ ପାଇଁ ଆବେଦନ ପ୍ରକ୍ରିୟା ଗତକାଲି ରାତି ୧୧ଟା୫୦ରୁ ସରିସାରିଛି । ତେବେ ଆବେଦନକାରୀ ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ www.jeemain.nta.nic.in ଆଜି ରାତି ୧୧ଟା ୫୦ ପୂର୍ବରୁ ଫି’ ଦାଖଲ କରିପାରିବେ । ସାଧାରଣ ବର୍ଗର ଛାତ୍ରମାନଙ୍କ ପାଇ ଆବେଦନ ଫି’ ୬୫୦ ଟଙ୍କା ଥିବା ବେଳେ ସଂରକ୍ଷିତ ବର୍ଗର ଛାତ୍ର ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ପଞ୍ଜୀକରଣ ଫି’ ୩୨୫ ଟଙ୍କା ରହିଛି ।
ତେବେ ଏହି ବିଷୟରେ ସବିଶେଷ ବିବରଣୀ jeemain.nta.nic.in , www.nta.ac.in ୱେବସାଇଟ୍ରୁ ପାଇପାରିବେ ।