ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଉ ମାତ୍ର ୪ ଦିନ ପରେ ଆରମ୍ଭ ହେବାକୁ ଯାଉଛି ସବୁଠୁ ବଡ ଲିଗ୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ତେବେ ଚଳିତ ବର୍ଷ ବର୍ଦ୍ଧିତ କରୋନା ସଂକ୍ରମଣ ରୂପକୁ ଦେଖି ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ଆଶଙ୍କା ଉପୁଜିଛି । କରୋନା ସଂକ୍ରମଣ ସତ୍ତ୍ଵେ ଆଇପିଏଲ୍-୧୪ ଆୟୋଜନରେ କୌଣସି ଅସୁବିଧା ହେବନି ବୋଲି ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା ପ୍ରକାଶ କରିଛନ୍ତି । ଏଥର ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବିନା ଦର୍ଶକରେ ଖେଳାଯିବା ବିଷୟରେ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି ।
ସେ କହିଛନ୍ତି, କରୋନା ସଂକ୍ରମଣ ବଢ଼ିବା ଚିନ୍ତାଜନକ । ପୂର୍ବରୁ ବିସିସିଆଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସମସ୍ତ ପଦକ୍ଷେପ ନେଇଛି । ୬ଟି ଭେନ୍ୟୁକୁ ଜୈବ ସୁରକ୍ଷା ବଳୟ ଅନ୍ତର୍ଭୁକ୍ତ କରାଯାଇଛି । ଯଦି ଆବଶ୍ୟକ ପଡ଼େ ତେବେ ମୁମ୍ଵାଇରେ ହେବାକୁ ଥିବା ମ୍ୟାଚ୍ ସ୍ଥାନାନ୍ତର କରାଯିବ ।ମ୍ୟାଚ୍ ଖେଳାଯିବା ପାଇଁ ହାଇଦ୍ରାବାଦ ଓ ଇନ୍ଦୋର ୨ଟି ବିକଳ୍ପ ଭେନ୍ୟୁ ରହିଛି ।