ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ପ୍ରତିବାଦ କରି ହାଇକୋର୍ଟର ଦ୍ଵାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ । ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଦର ବୃଦ୍ଧି କରିବା ଯୁକ୍ତିଯୁକ୍ତ ନୁହେଁ । ଏଭଳି ନିଷ୍ପତ୍ତିକୁ ରଦ୍ଦ କରିବାକୁ କୋର୍ଟରେ ନିବେଦନ କରାଯାଇଛି ।
ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବିଦ୍ୟୁତ୍ ଉତ୍ପାଦନ ବେଶ ଭଲଥିବା ବେଳେ କାହିଁକି ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଥିବା ପିଟିସନର ଶକ୍ତି ବିଭାଗର ସଚିବଙ୍କ ସହ ୬ ଜଣଙ୍କୁ ପକ୍ଷଭୂକ୍ତ କରାଯାଇଛି ।