ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିବାରେ ଲାଗିଛି । ମାର୍ଚ ୩୦ ତାରିଖ ଦିନ ବାଇପାସ୍ ସର୍ଜରି ହେବା ପରଠାରୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା କଥା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ । ତାଙ୍କୁ ଆଜି ଏମ୍ସର ଏକ ସ୍ଵତନ୍ତ୍ର ରୁମକୁ ସ୍ଥାନାନ୍ତରିତ କରାଯାଇଛି ରାଷ୍ଟ୍ରପତି ଭବନ ସୂତ୍ରରୁ ଏନେଇ ସୂଚନା ମିଳିଛି । ତେବେ ରାଷ୍ଟ୍ରପତିଙ୍କୁ ଏବେ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
President Kovind was shifted from the ICU to a special room in the AIIMS today. His health has been improving continuously. Doctors are constantly monitoring his condition and have advised him to take rest.
— President of India (@rashtrapatibhvn) April 3, 2021
ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାର୍ଚ୍ଚ ୨୬ରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ମାର୍ଚ୍ଚ ୨୭ରେ ରାଷ୍ଟ୍ରପତି ଏମ୍ସରେ ଭର୍ତ୍ତି ହୋଇଥିଲେ ।ଏବେ ବାଇପାସ୍ ସର୍ଜରୀ ହେବା ପରେ ସେ ସୁସ୍ଥ ଅଛନ୍ତି ।