ସନ୍ଷ୍ଟାର ଟିଭି ବ୍ୟୁରୋ
ଫୁଲବାଣୀ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆଜି ଫୁଲବାଣୀରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି । ୨ ନମ୍ଵର ୱାର୍ଡ ଡାକପାଲାର ସ୍କୁଲ ସାହି ଓ ୫ ନଂ ୱାର୍ଡର ୫ଟି ଘରକୁ ନେଇ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି। ଡାକପାଲାର ସ୍କୁଲ ସାହିରୁ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ ନଂ ୱାର୍ଡର ଗୋଟିଏ ଘରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ତେବେ ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଓ ବୃନ୍ଦାବାହାଲ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ସରପଞ୍ଚ । ଏପ୍ରିଲ ୮ ଯାଏଁ ଏହି ଗାଁକୁ ସଟଡାଉନ ଘୋଷଣା କରାଯାଇଛି ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ଵାରେଣ୍ଚାଇନରେ ୨୬୭ ଥିବା ବେଳେ ଲୋକାଲରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଜଣ ଚିହ୍ନଟ ହୋଇଛନ୍ତି ।