ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟକୁ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ୧୦ ଜିଲ୍ଲାରେ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିରି , ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି । ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି । ରାତି ୧୦ ରୁ ସକାଳ ୫ ଯାଏଁ ଏହି ନାଇଟ୍ କର୍ଫ୍ୟୁ ଜାରି ରହିବ । ଆସନ୍ତା ୫ ରୁ ଏହି କର୍ଫ୍ୟୁ ଜାରି ହେବ ।
ତେବେ ଏହି ସମୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ଜାରି ହେବ ନାହିଁ । ଅର୍ଥାତ୍ ଗଣମାଧ୍ୟମ , ମେଡିକାଲ୍ , ପୋଲିସ, ଆମ୍ଵୁଲାନ୍ସ, ପାରା ମେଡିକାଲ୍ ଷ୍ଟାଫ୍ ବିଦ୍ୟୁତ୍ ବିଭାଗ କର୍ମଚାରୀ , ଅଗ୍ନିଶମ କର୍ମଚାରୀ , ଟେଲିକମ୍ , ଜଳ ଯୋଗାଣ , ରେଲୱେ , ଏୟାରପୋର୍ଟ , ପରିବହନ କର୍ମଚାରୀ ମେଡିସିନ୍ ଦୋକାନୀ, ଅନଲାଇନ୍ ଫୁଡ୍ ଡେଲିଭରିଙ୍କ ପାଇଁ କଟକଣା ଲାଗୁ ହେବ ନାହିଁ ।ଏହି ସମୟରେ ହସ୍ପିଟାଲ, ଗଣମାଧ୍ୟମ ସଂସ୍ଥା ଓ ଥାନା, ପେଟ୍ରୋଲ ପମ୍ପ , ସିଏନ୍ଜି ଷ୍ଟେସନ, ରନ୍ଧନ ଗ୍ୟାସ, ଶିଳ୍ପ ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । କେବଳ ବ୍ୟକ୍ତିଗତ ସେବା ବନ୍ଦ ରହିବ ।