ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ଉପରମୁହାଁ ହେବାରେ ଲାଗିଛି । କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି । ତେବେ କରୋନା ସଂକ୍ରମଣ ଦେଖି ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଆଣିଛି ମନ୍ଦିର ପ୍ରଶାସନ । ଏଣିକି ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହିତ ଏହିଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ସାନିଟାଇଜ କରାଯିବ ସପ୍ତାହକୁ ଦୁଇଦିନ ରାତିରେ ମନ୍ଦିର ସାନିଟାଇଜ କରାଯିବ ।ଏଥିସହିତ ମନ୍ଦିର ଭିତରେ କୋଭିଡ୍ ଗାଇଡଲାଇନ୍ କଡାକଡି ଭାବେ ପାଳନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ତେବେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାରୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି ।