ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ଦିଗକୁ ଗତି କରିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ବିଏମସି ନୂତନ କଟକଣା ଜାରି କରିଛି । ତେବେ ସେହି ଗାଇଡ୍ଲାଇନ୍ ଅନୁସାରେ ଏବେ ବିବାହ ଉତ୍ସବରେ କେବଳ ଶହେ ଲୋକ ଏକତ୍ରିତ ହୋଇପାରିବେ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଲୋକ ସାମିଲ ହୋଇପାରିବେ । ସାମାଜିକ ଉତ୍ସବ ଓ କାର୍ଯ୍ୟକ୍ରମ ସହିତ ଶତବର୍ଷିକୀ କିମ୍ବା ବାର୍ଷିକ ଉତ୍ସବ ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ ନାହିଁ ।
ଶିକ୍ଷାନୁଷ୍ଠାନରେ ମଧ୍ୟ କୌଣସି ଉତ୍ସବକୁ ଅନୁମତି ଦିଆଯିବ ନାହିଁ । ଏହା ବାଦ ଯଦି କେହି କୌଣସି କାର୍ଯ୍ୟକ୍ରମର ଆୟୋଜନ କରୁଥିବେ, ତେବେ ସେଥିପାଇଁ ବିଏମସିଠାରୁ ଅନୁମତି ନେବେ ଏବଂ ସେଥିରେ ଶହେରୁ ଅଧିକ ଲୋକ ଭାଗ ନେଇପାରିବେ ନାହିଁ । ସେହିପରି ୬ ତାରିଖ ପରେ ହେବାକୁ ଥିବା କୌଣସି କାର୍ଯ୍ୟକ୍ରମକୁ ଯଦି ପୂର୍ବରୁ ଅନୁମତି ଦିଆଯାଇଛି ତେବେ ସେଥିରେ ପରିବର୍ତ୍ତନ କରାଯିବ । ଏଥିପାଇଁ କୌଣସି ଅଲଗା ନିର୍ଦ୍ଦେଶନାମା ଦିଆଯିବ ନାହିଁ ।