ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL)ର ୧୪ତମ ସିଜିନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସପ୍ତାହ ବାକିଥିବା ବେଳେ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନମାନଙ୍କ ପାଇଁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସ ଅଲ୍ରାଉଣ୍ଡର ଯୁବ ଖେଳାଳୀ ଅକ୍ସର ପଟେଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ, ୨୮ ମାର୍ଚ୍ଚରେ ସେ କୋରନା ନେଗେଟିଭ୍ ରିପୋର୍ଟ ଆସିବା ପରେ ଟିମ୍ ସହିତ ମୁମ୍ଵାଇ ଆସିଥିଲେ । ତେବେ ଦ୍ଵିତୀୟ ଥର କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସେ ବର୍ତ୍ତମାନ ଆସୋଲେସନରେ ରହିବା ସହ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ସେ ଶ୍ରୀଘ୍ର ସୁସ୍ଥ ହୋଇଯିବେ ବୋଲି ଟିମ୍ ମ୍ୟାନେଜ୍ମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ନିକଟରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ଅକ୍ସର ପଟେଲ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ସିରିଜରେ ସେ ୨୭ ଓ୍ଵିକେଟ୍ ନେଇଥିଲେ ।