ସନ୍ଷ୍ଟାର ଟିଭି ବ୍ୟୁରୋ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାକୁ ମିଳିଛି ଏକ ବଡ ସଫଳତା । ଜାତୀୟ ପଞ୍ଚାୟତ ପୁରସ୍କାରରେ ସମ୍ମାନିତ ହୋଇଛି ଏହି ଜିଲ୍ଲାର ୬ଟି ପଞ୍ଚାୟତ । କରୋନା ମହାମାରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯାଇଛି ।କରୋନା ମହାମାରୀ ସମୟରେ ଭଲ ପ୍ରଦର୍ଶନ କରି ଜିଲ୍ଲାର ୨ଟି ବ୍ଲକ ହିଞ୍ଜିଳି ଓ ଶେରଗଡ ଏବଂ ୪ଟି ପଞ୍ଚାୟତ ବଡଖଣ୍ଡି, ରାମଚନ୍ଦ୍ରପୁର, ଆଡପଡା, ଓ ବଡବୋରିସିଙ୍ଗିକୁ ଜାତୀୟ ପଞ୍ଚାୟତ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।
ପଞ୍ଚାୟତ ଶାସନ କ୍ଷେତ୍ରରେ ଉତ୍କୃଷ୍ଟ ସେବା ଯୋଗାଇବା ପାଇଁ ହିଂଜିଳି ଓ ଶେରଗଡ ବ୍ଳକ ଏବଂ ଭାରତ ସରକାରଙ୍କ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ଶସକ୍ତିକରଣ ପୁରସ୍କାର ଭାବେ ବଡଖଣ୍ଡି ଓ ରାମଚନ୍ଦ୍ରପୁର ପଂଚାୟତକୁ ମିଳିଛି । ସେହପରି ନିଜ ଅଂଚଳରେ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଡପଡା ପଂଚାୟତକୁ ଭାରତ ସରକାରଙ୍କ ପକ୍ଷରୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ପୋଷ୍ୟ ଶିଶୁ କାର୍ଯ୍ୟ ପାଇଁ ବଡବୋର ସିଂ ପଂଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି ଗ୍ରାମପଂଚାୟତ ଆୱାର୍ଡ ପ୍ରଦାନ କରିଛନ୍ତି ।
ତେବେ ଏହାକୁ ନେଇ ବେଶ୍ ଖୁସି ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଗଞାମ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି ।
In yet another achievement for #Odisha‘s effort to empower Panchayati Raj Institutions, Ganjam has bagged six National Panchayat Awards 2021, announced by the Centre, in various categories. Congratulations to all the awardees on this success. #OdishaLeadshttps://t.co/6JDI9Gsxzv
— CMO Odisha (@CMO_Odisha) April 2, 2021