ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଧାନସଭା ଗୃହ ଚାଲିଥିବା ସମୟରେ ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଘଟଣାରେ ସଂପୃକ୍ତ ଥିବା ୩ ବିଧାୟକଙ୍କୁ ବାଚସ୍ପତି ସସ୍ପେଣ୍ଡ କରିଛନ୍ତି ।ବିଜେପି ବିଧାୟକ ଜୟନାରାୟଣ ମିଶ୍ର , ବିଷ୍ଣୁସେଠୀ ଓ ବିଧାୟକ ମୋହନ ମାଝି ସସ୍ପେଣ୍ଡ ହୋଇଛନ୍ତି । ତେବେ ଏହାକୁ ପ୍ରତିବାଦ କରି ଗାନ୍ଧି ମୂର୍ତ୍ତୀ ତଳେ ଯାଇ ଧାରଣାରେ ବସିଛନ୍ତି ବିଜେପି ବିଧାୟକମାନେ ।
ସୂଚନାଯୋଗ୍ୟ, ଆଜି ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ହେବାରୁ ଏହାକୁ ବିରୋଧ କରି ମୁଲତବୀ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବାଚସ୍ପତି ସେ ବିଷୟରେ ଆଲୋଚନା କରିନଥିଲେ । ଏହାକୁ ନେଇ ଉତ୍କ୍ଷିପ୍ତ ହୋଇ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ । ଯାହା ବେଶ୍ ନିନ୍ଦନୀୟ ଘଟଣା ରହିଥିଲା ।