ସନ୍ଷ୍ଟାର ଟିଭି ବ୍ୟୁରୋ
ଝାରସୁଗୁଡା: ରାଜ୍ୟରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ଏହି ବର୍ଦ୍ଧିତ କରୋନା ଅବସ୍ଥାକୁ ଦେଖି ଝାରସୁଗୁଡା ଜିଲ୍ଲା ପ୍ରଶାସନ ଝାରସୁଗୁଡାରେ ସାପ୍ତାହିକ ହାଟକୁ ବନ୍ଦ କରିଛନ୍ତି ।୩ ସପ୍ତାହ ଯାଏଁ ଏହି ହାଟ ବସିବ ନାହିଁ । ତେବେ ଅନ୍ୟତ୍ର ସ୍ଥାନରେ ପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଗୁଡିକ ମିଳିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । କରୋନା ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ଓ ଏହାକୁ ପ୍ରତିହତ କରିବା ପାଇଁ ଏପରି ନିଷ୍ପତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।
 
There will be no weekly hat in our district for coming three weeks. Daily markets at different locations dealing in vegetables and non-vegetarian food items will be dispersed over multiple locations. Requested to co-operate in furthering our fight against resurgence of COVID.
— DM_Jharsuguda (@dm_jharsuguda) April 2, 2021
;
ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ଟି ଜିଲ୍ଲାରୁ ୪୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭୨ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୮୯ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୧ ହଜାର ୭୭୨ ବଢ଼ିଛି। ତେବେ ରାଜ୍ୟର ସର୍ବାଧିକ ୮୬ ଜଣ କରୋନା ସଂକ୍ରମିତ ନୂଆପଡାରେ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୯ ଜଣ ଓ ସୁନ୍ଦରଗଡରୁ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ ଚିହ୍ନଟ ହୋଇଥିଲେ ।