ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵରେ: ଦୁଇ ଦିନିଆ ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କୟା ନାୟିଡୁ ବର୍ତ୍ତମାନ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି । ବିମାନ ବନ୍ଦରରେ ତାଙ୍କର ଭବ୍ୟ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ । ତେବେ
ଉପରାଷ୍ଟ୍ରପତି ଭୁବନେଶ୍ଵର ବିମାନବନ୍ଦରରୁ ସେ ସିଧାସଳଖ ରାଜଭବନ ଗସ୍ତ କରିବେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୪ଟା ୪୫ସମୟରେ ରାଜପଥ ଜରିଆରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନକୁ ୫ଠଟା ୨୦ ସୁଦ୍ଧା ଆସିବେ । ଏହା ପରେ ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ପଯ୍ୟନ୍ତ ସାରଳା ଭବନ ଠାରେ ଅନୁଷ୍ଠିତ ୬୦୦ତମ ଆଦିକବି ସାରଳା ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଉପରାଷ୍ଟ୍ରପତି ସନ୍ଧ୍ୟା ୬ଟା ୩୦ ସମୟରେ ରାଜଭବନ ଫେରି ରାତ୍ରଯାପନ କରିବେ । ଏପ୍ରିଲ୍ ୩ତାରିଖ ଦିନ ୧୦ଟା ୧୦ ସମୟରେ ରାଜଭବନରୁ ବାହାରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଉପରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଚଳଚଞ୍ଚଳ ରହିଛି ଭୁବନେଶ୍ଵର । ବିମାନ ବନ୍ଦରରୁ ସ୍ୱତନ୍ତ୍ର କାରକେଡ଼ ବ୍ୟବସ୍ଥା କରାଯାଇଛି । ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।