ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ସମ୍ପତ୍ତି ଲୋଭରେ ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖାଯାଇଛି କଟକ ସହରର ଶିଖରପୁର ଉପରସାହିରେ । ଭାଉଜର ଗଳା କାଟି ଅତି ନୃଶଂସ ଭାବରେ ଦିଅର ହତ୍ୟା କରିଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଚାଉଳିଆଗଞ୍ଜ ପୋଲିସ ତଦନ୍ତ ଜାରି ରଖିଛି ଓ ଅଭିଯୁକ୍ତ ଦିଅରକୁ ଅଟକ ରଖିଛି । ସମ୍ପତ୍ତି ଲୋଭରେ ଏଭଳି କାଣ୍ଡ ଭିଆଇଥିବା ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେ ତାଙ୍କ ଭିଣୋଇଙ୍କ ମୃତ୍ୟୁ ଘଟିବା ପରେ ସମ୍ପତ୍ତି ଲୋଭରେ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ପୂର୍ବରୁ ଥରେ ମାରି ଦେବାକୁ ମଧ୍ୟ ସେ ଚେଷ୍ଟା କରିଥିଲା। ଏନେଇ ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ । ହେଲେ ଦିଅରଙ୍କ ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ମୃତ ମହିଳାଙ୍କ ଭାଇ କହିଛନ୍ତି ।