ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଉ କିଛି ସମୟ ପରେ ଓଡିଶାରେ ପହଞ୍ଚିବେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ । ସେ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୨ ତାରିଖ ପୂର୍ବାହ୍ଣ ୧୧ଟା ୨୦ ମିନିଟ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧା ରାଜଭବନ ଗସ୍ତ କରିବେ । ସେଠାରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୪ଟା ୪୫ସମୟରେ ରାଜପଥ ଜରିଆରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନକୁ ୫ଠଟା ୨୦ ସୁଦ୍ଧା ଆସିବେ । ଏହା ପରେ ସନ୍ଧ୍ୟା ୫ଟା ୩୦ରୁ ୬ଟା ୩୦ପଯ୍ୟନ୍ତ ସାରଳା ଭବନ ଠାରେ ଅନୁଷ୍ଠିତ ୬୦୦ତମ ଆଦିକବି ସାରଳା ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗଦେବେ ।
ଉପରାଷ୍ଟ୍ରପତି ସନ୍ଧ୍ୟା ୬ଟା ୩୦ ସମୟରେ ରାଜଭବନ ଫେରି ରାତ୍ରଯାପନ କରିବେ। ଏପ୍ରିଲ୍ ୩ତାରିଖ ଦିନ ୧୦ଟା ୧୦ ସମୟରେ ରାଜଭବନରୁ ବାହାରି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିମାନ ବନ୍ଦରରୁ ବାହାରିବା ପରେ ସ୍ୱତନ୍ତ୍ର କାରକେଡ଼ ବ୍ୟବସ୍ଥା କରାଯାଇଛି
ତେବେ ଉପରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଚଳଚଞ୍ଚଳ ରହିଛି ଭୁବନେଶ୍ଵର । ବିମାନ ବନ୍ଦରରୁ ସ୍ୱତନ୍ତ୍ର କାରକେଡ଼ ବ୍ୟବସ୍ଥା କରାଯାଇଛି । ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।