ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କ୍ରିକେଟ୍ ଜଗତର ଭଗବାନ କୁହାଯାଉଥିବା ଭାରତୀୟ ଖେଳାଳୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସେ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି l ସେ ଲେଖିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଓ ଖୁବ୍ ଶୀଘ୍ର ମୁଁ ସୁସ୍ଥ ହୋଇ ଫେରିଆସିବି । ସେ ଆଉ ମଧ୍ୟ ଲେଖିଛନ୍ତି , ‘ବିଶ୍ଵ ଚାମ୍ପିୟନ ବନିବାର ୧୦ ବର୍ଷ ପୂର୍ତ୍ତି ଅବସରରେ ମୁଁ ଟିମ୍ ଇଣ୍ଡିଆ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଉଛି’ । ୨୦୧୧, ଅପ୍ରିଲ ୨ ଅର୍ଥାତ୍ ଆଜିର ଦିନରେ ଭାରତ ଦ୍ଵିତୀୟ ଥର ପାଇଁ ବିଶ୍ଵ କପ୍ ଜିତିଥିଲା ।
ତେବେ ସେ ଦୁଇ ଦିନ ହସ୍ପିଟାଲରେ ରହିବେ ବୋଲି ସୂଚନା ମିଳିଛି । ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ହସ୍ପିଟାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ସେ ଗତ ମାର୍ଚ୍ଚ ୨୭ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
Thank you for your wishes and prayers. As a matter of abundant precaution under medical advice, I have been hospitalised. I hope to be back home in a few days. Take care and stay safe everyone.
Wishing all Indians & my teammates on the 10th anniversary of our World Cup 🇮🇳 win.
— Sachin Tendulkar (@sachin_rt) April 2, 2021
— Sachin Tendulkar (@sachin_rt) March 27, 2021