ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ୧୦ ବର୍ଷ ତଳେ ଆଜିର ଦିନରେ ଅର୍ଥାତ୍ ଏପ୍ରିଲ ୨, ୨୦୧୧ ମସିହାରେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିଥିଲା ଭାରତୀୟ କ୍ରିକେଟ୍ ଦଳ । ଆଜି ଦିନରେ ଦ୍ଵିତୀୟ ଥର ପାଇଁ ବିଶ୍ଵ କପ୍ ଜିତିଥିଲା ଭାରତୀୟ କ୍ରିକେଟ ଦଳ ।ଏଥିସହିତ ଭାରତ ଓ୍ଵେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ପରେ, ଦୁଇ ଦୁଇ ଥର ବିଶ୍ଵ କପ୍ ଜିତିବାରେ ତୃତୀୟ ଦଳ ସାଜିପାରିଥିଲା । ୧୯୮୩ ରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ବିଶ୍ଵ କପ୍ ଜିତିଥିଲା । ଦୀର୍ଘ ୨୮ ବର୍ଷ ପରେ ଗୌରବ ଆଣିପାରିଥିଲେ ଟିମ୍ ଇଣ୍ଡିଆ ।
୨୦୧୧ର ଫାଇନାଲ ମ୍ୟାଚ୍ ମୁମ୍ଵାଇର ଓ୍ଵାନ୍ଖେଡେ ଷ୍ଟାଡିୟମରେ ଭାରତ – ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିଜ ମାଟିରେ ଏହି ମ୍ୟାଚ୍ ଜିତି ବିଶ୍ଵ କପ୍ ହାସଲ କରିଥିଲା ଭାରତ । ଧୋନି ୮ ଚୌକା, ୨ ଛକା ବଳରେ ୭୯ ବଲ୍ରେ ୯୧ ରନ୍ କରିଥିଲେ । ଯାହା ଇଣ୍ଡିଆ ପାଇଁ ବିଜୟର ସ୍ଵାଦ ଚାଖି ପାରିଥିଲା ।ଗୈତମ ଗମ୍ଭୀର ମଧ୍ୟ ୯୭ ଗନ୍ ହାସଲ କରିଥିଲେ ।
ଏହି ଦିନ ପାଇଁ ସଚିନ୍ ତେନ୍ଦୁଲକର ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।