ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ପଶୁ ଶିକାର । ସେହି ଅବାଧ ପ୍ରାଣୀ ଶିକାରକୁ ରୋକିବା ଏସ୍ଟିଏଫ୍ ପକ୍ଷରୁ ଜାରି କରାଯାଇଛି ସ୍ଵତନ୍ତ୍ର ହେଲପଲାଇନ ନମ୍ବର ୯୪୩୯୨୬୩୬୪୬ । ଏହି ନମ୍ବରକୁ କଲ କରି ବନ୍ୟପ୍ରାଣୀ ଶିକାର ସମ୍ପର୍କରେ ସୂଚନା ଦେବାପାଇଁ ଅନୁରୋଧ କରିଛି ବ୍ୟନ୍ୟପ୍ରାଣୀ ବିଭାଗ । ଯେଉଁ ବ୍ୟକ୍ତି ପ୍ରାଣୀ ଶିକାର ସମ୍ଵନ୍ଧରେ ସୂଚନା ଦେବେ ସେମାନଙ୍କ ନାମ ଗୋପନ ରଖାଯିବ ଓ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ସମ୍ମାନିତ କରାଯିବ ।
ତେବେ ଏବେ ରାଜ୍ୟରେ ବହୁ ମୂଲ୍ୟବାନ ପ୍ରାଣୀଙ୍କର ବାରମ୍ଵାର ଶିକାର କରାଯାଉଛି । ଆଜି ମଧ୍ୟ ଏସଟିଏଫ୍ ବାଘ ଛାଲ ଶିକାରୀ ଓ ବେପାରିକୁ ଗିରଫ କରିଛି । ଖୋର୍ଦ୍ଧା-ଭୁବନେଶ୍ଵର ରାସ୍ତାରେ ବାଘ ଛାଲ ଡିଲ୍ ବେଳେ ସେମାନଙ୍କୁ ଧରିଥିଲା ଏସଟିଏଫ୍ ।ଶିକାରୀ ଦୁଇ ଜଣ ନୟାଗଡ ଜିଲ୍ଲାର ସୁଧିର ବେହରା ଓ ସୁବାଷ ଚନ୍ଦ୍ର ବେହେରା ହୋଇଥିବା ସୂଚନା ମିଳିଛି ।