ସନ୍ଷ୍ଚାର ଟିଭି ବ୍ୟୁରୋ
ମାଲକାନଗିରି: ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ରହିଛି । ଯାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲା ପାଇଁ କଟକଣା ଜାରି କରିଛନ୍ତି ।ତେବେ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ନିଜ ଜିଲ୍ଲାର କରୋନା କଟକଣାକୁ ଆହୁରି କଡାକଡି କରିଛନ୍ତି । ଦୋକାନ ବଜାରରେ ଭିଡ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିନା ମାକ୍ସରେ ଦୋକାନରୁ ଜିନିଷ ଦିଆଯିବ ନାହିଁ । ଯଦି ବିନା ମାସ୍କରେ ଦୋକାନ ଆସନ୍ତି ଗ୍ରାହକ ତେବେ ଦୋକାନୀମାନଙ୍କୁ ଫାଇନ ଦେବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ହୋଟେଲ, ରେଷ୍ଟୁରାଣ୍ଟରେ ଅଧିକ ଭିଡ ହେଲେ ସିଲ୍ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସତର୍କ କରାଇଛନ୍ତି । ନିୟମ ନ ମାନିଲେ ୫୦୦ରୁ ୧୦୦୦ ଟଙ୍କା ଫାଇନ ଦେବାକୁ ପଡିବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ ।
ତେବେ ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ଟି ଜିଲ୍ଲାରୁ ୪୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭୨ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୮୯ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୧ ହଜାର ୭୭୨ ବଢ଼ିଛି। ତେବେ ରାଜ୍ୟର ସର୍ବାଧିକ ୮୬ ଜଣ କରୋନା ସଂକ୍ରମିତ ନୂଆପଡାରେ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୯ ଜଣ ଓ ସୁନ୍ଦରଗଡରୁ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ ଚିହ୍ନଟ ହୋଇଥିଲେ ।