ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ପୁଣି ଥରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି । ତେବେ ଏହି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି । ତେବେ ଆଜି ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଛି । ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ବିଭାଗ ।
ଏଥି ସହିତ ଆଇସିୟୁ, ଡାଏଲିସିସ୍, ଲେବର ରୁମ୍ ଆଦି ମଧ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସରକାରୀ ଓ ଘରୋଇ ମେଡିକାଲଗୁଡିକ ପ୍ରସ୍ତୁତ ରହିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି । ଫାଭିପିରାଭିର୍, ରେମଡେସିଭିର ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।