ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଏବେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି କୋଭିଡ଼ ଟିକାର ତୃତୀୟ ଡୋଜର ପ୍ରସ୍ତୁତି ଜାରି ରହିଛି । ଯାହାକୁ ବୁଷ୍ଟର ଡୋଜ କୁହାଯାଉଛି । ଏକ ଏକ୍ସପର୍ଟ ପାନେଲ୍ ଏହି ବୁଷ୍ଟର ଡୋଜକୁ ଅନୁମତି ଦେଇଛି । ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ତୃତୀୟ ବୁଷ୍ଟର ଡୋଜ ପ୍ରଦାନ କରାଯିବ ଏକ୍ସପର୍ଟ ପାନେଲ ସୂଚନା ଦେଇଛି ।
ପ୍ରଥମ ଓ ଦ୍ଵିତୀୟ ଡୋଜ୍ ଯେଉଁ ସ୍ଵେଚ୍ଛାସେବୀମାନେ ନେଇଥିଲେ ସେମାନଙ୍କୁ ଏହି ଭାରତ ବାୟୋଟେକ କୋଭାକ୍ସିନର ବୁଷ୍ଟର ଡୋଜ ଦେବା ପାଇଁ ସୂଚନା ଦେଇଥିଲେ । ତେବେ ଭାରତ ବାୟୋଟେକ୍ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଯେ ତୃତୀୟ ଡୋଜ ନେବା ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁ ବର୍ଷ ପାଇଁ ବଢିଯିବ । ଯାହା ପରେ ଏକ୍ସପର୍ଟ ପାନେଲ୍ ବୁଷ୍ଟର ଡୋଜକୁ ଅନୁମତି ଦେଇଛି ।