ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ ଯୁବ କ୍ରିକେଟର ଶ୍ରେୟସ୍ ଆୟାର ଚଳିତ ବର୍ଷ ଆଇପିଏଲ୍ରୁ ବାଦ୍ ପଡିଛନ୍ତି । କାନ୍ଧରେ ଆଘାତ ଲାଗିବା କାରଣରୁ ସେ ଆପିଏଲ୍ ସିଜିନ-୧୪ରେ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାର ଋଷଭ ପନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି । ତେବେ ଏହି ସିଜିନରେ ଶ୍ରେୟସ୍ ଆୟାର ନ ଖେଳିଲେ ମଧ୍ୟ ତାଙ୍କୁ ପୁରା ଦରମା ଦିଆଯିବ ।
ଦିଲ୍ଲୀ କ୍ୟାପିଟାଲ୍ସର ଏହି ଯୁବ ଖେଳାଳୀଙ୍କୁ ସବୁ ସିଜିନ ପାଇଁ ୭ କୋଟି ଟଙ୍କା ମିଳିଥାଏ ଓ ପ୍ଲେୟାର ଇନ୍ସ୍ୟୁରାନ୍ସ ସ୍କିମ ଅନୁଯାୟୀ ତାଙ୍କୁ ଚଳିତ ବର୍ଷ ମଧ୍ୟ ପୁରା ଦରମା ଅର୍ଥାତ୍ ୭ କୋଟି ଟଙ୍କା ମିଳିବ । ଟିମ୍ ଇଣ୍ଡିଆର କଣ୍ଟ୍ରାକ୍ଟ ଲିଷ୍ଟରେ ସାମିଲ ହୋଇଥିବା ଖେଳାଳୀମାନଙ୍କୁ ଏହି ପଲିସିର ସୁବିଧା ମିଳିଥାଏ । ଏହି ପଲିସିର ଆରମ୍ଭ ଆଇପିଏଲ୍ ସିଜିନ-୨୦୧୧ ରେ ହୋଇଥିଲା । ଏହି ପଲିସିର ଯୋଜନା ଅନୁଯାୟୀ ଯଦି କୌଣସି ଖେଳାଳୀ ଦେଶ ପାଇଁ ଖେଳିବା ସମୟରେ ଆହାତ ହୋଇଛନ୍ତି ଓ ସେ ଆଇପିଏଲ୍ରେ ନ ଖେଳି ପାରନ୍ତି ତେବେ ତାଙ୍କୁ ମଧ୍ୟ ଦରମା ଦିଆଯିବ ।
ସୂଚନାଯୋଗ୍ୟ, ଭାରତ- ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ ସିରିଜ ଚାଲିଥିବା ସମୟରେ ଶ୍ରେୟସ୍ ଆୟାର ଆହାତ ହୋଇଥିଲେ । ଓ ବିସିସିଆଇର ସୂଚନା ଅନୁଯାୟୀ ତାଙ୍କ ସର୍ଜରୀ ଏପ୍ରିଲ ୮ରେ କରାଯିବ ।