ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ୮୬ ବର୍ଷରେ ପହଞ୍ଚିଛି ଓଡିଶା ପୋଲିସ । କଟକରେ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହୋଇଥିଲା । କଟକ ଓଏସଏପି ଷଷ୍ଠ ବାଟାଲିଅନରେ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କଲେ ଡିଜିପି ଅଭୟ । ବିଗତ ବର୍ଷ ନକ୍ସଲ ଦମନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି ରାଜ୍ୟ ପୋଲିସ । ଓଡିଶା ପୋଲିସ ଗଠନ ହେବାର ୮୬ ବର୍ଷ ମଧ୍ୟରେ ଓଡିଶା ପୋଲିସ ଦକ୍ଷ ଭାବରେ ତାର କାର୍ଯ୍ୟ ପ୍ରତିପାଦିତ କରିଛି । ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା ଏବଂ ମହାମାରୀ ସମୟରେ ପୋଲିସ ନିଜର କର୍ତ୍ତବ୍ୟ ସୂଚାରୁ ରୁପେ ପାଳନ କରିଛି । ଆଜିର ଦିନରେ ସମସ୍ତେ ସେବାମନୋଭାବ ରଖି କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ ପୋଲିସ କମିଶନର ଆହ୍ବାନ ଦେଇଛନ୍ତି ।
ଏହି ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୁ ପୋଲିସ କମିଶନର ପାଠ କରିଥିଲେ । ଏହି ଅବସରରେ ରାଜ୍ୟରେ ସେବା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ ୨୧ ଜଣଙ୍କୁ ଓ କରୋନା ମହାମାରୀ ସମୟରେ ନିଜ ନିଷ୍ଠାପର ଦାୟିତ୍ଵ ପାଇଁ ପ୍ରାଣ ହରାଇଥିବା ୧୪ ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ୮୬ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି ।