ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏପ୍ରିଲ ୧ ଅର୍ଥାତ୍ ଆଜିଠୁ ଦେଶରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦେଶରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ଲୋକଙ୍କୁ ଏହି ପର୍ଯ୍ୟାୟରେ ଟିକା ଦିଆଯିବ । ଟିକାକରଣ ଅଭିଯାନ ଚାଲୁ ରହିଥିଲେ ମଧ୍ୟ ଦେଶରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ନିଷ୍ପତି ନେଇଛନ୍ତି । ଏପ୍ରିଲ ମାସରେ ଛୁଟିଦିନ ମାନଙ୍କରେ ମଧ୍ୟ ଟିକାକରଣ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।
ତେବେ ଓଡିଶାରେ ମଧ୍ୟ ଟିକାକରଣ ଜାରି ରହିଥିଲେ ମଧ୍ୟ କିଛିଦିନ ହେବ କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ଗତ ୨୪ ଘଣ୍ଚା ମଧ୍ୟରେ ଓଡିଶାରେ ୩୯୪ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।ଯାହା ପୂର୍ବ ଦିନ ଅପେକ୍ଷା ୧୦୦ ଅଧିକ । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି ।