ସନ୍ଷ୍ଟାର୍ ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କାର୍ କିଣିବାକୁ କାହାର ବା ଇଚ୍ଛା ନଥାଏ । ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ପରିବାର ପାଇଁ କାର୍ କିଣିବା ଯେମିତି ଏକ ସ୍ଵପ୍ନ ଅଟେ । କାରଣ କାର୍ ଗୁଡିକର ଦାମ୍ ବହୁତ ଅଧିକ ଥାଏ । ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ଲୋକଟିଏ କାର୍ କିଣିଲେ ତା ମନରେ ଅନେକ ଗୁଡିଏ ପ୍ରଶ୍ନ ଉଙ୍କି ମାରିଥାଏ । ଯଦି ଆପଣ କାର୍ କିଣିବାକୁ ଇଚ୍ଛା କରିଛନ୍ତି ଓ ଆପଣଙ୍କ ବଜେଟ୍ ୫ ଲକ୍ଷ ରହିଛି ତେବେ ଆପଣ କାର୍ କିଣି ପାରିବେ । ଏହି ୫ ଟି କାର୍ କେବଳ ୫ ଲକ୍ଷ ଭିତରେ ଦାମ ନୁହେଁ ଏହା ଦେଖିବାକୁ ମଧ୍ୟ ଖୁବ୍ ଆକର୍ଷଣୀୟ ଓ ମାଇଲେଜ ମଧ୍ୟ ଅଧିକ ଦେଖାଇଥାଏ ।
Maruti Alto (ମାରୁତି ଅଲ୍ଟୋ) : ଭାରତରେ ସବୁଠୁ ବେଶୀ ମାରୁତି ସୁଜୁକି ଅଲ୍ଟୋର ବିକ୍ରି ହୋଇଥାଏ । ଏହି କାର୍ର ଏକ୍ସ-ଶୋରୁମ୍ ର ମୂଲ୍ୟ ୨.୯୯ ଲକ୍ଷରୁ ୪.୪୮ ଲକ୍ଷ ଯାଏଁ ରହିଛି । ଏହି କାର୍କୁ ନେଇ କମ୍ପାନୀ ପ୍ରତିଶୃତି ଦେଇଥାଏ ଯେ ଏହି କାର୍ ଏକ ଲିଟର ପେଟ୍ରୋଲରେ ୨୨.୦୫ କି.ମି ମାଇଲେଜ ଦେଖାଇଥାଏ । ତେବେ ଏହି କାର୍ CNGରେ ମଧ୍ୟ ଚାଲିଥାଏ ।ଯାହା ଏକ କେ.ଜି CNGରେ ୩୧.୫୯ କି.ମି ମାଇଲେଜ ଦେଖାଇଥାଏ ।
Renault Kwid (ରେନାଲ୍ଟ୍ କ୍ୟୁଡ୍): ଆକର୍ଷଣୀୟ ଲୁକ୍ ଓ ବଜେଟ୍ ଭିତରେ ଆସୁଥିବାରୁ ଏହି କାର୍ ମଧ୍ୟ ବଜାରରେ ବେଶ୍ ପସନ୍ଜ ଯୋଗ୍ୟ । ଏହାର ପ୍ରାରମ୍ଭିକ ମୂଲ୍ୟ ୩.୧୨ଲକ୍ଷରୁ ଆରମ୍ଭ ହୋଇ ୫.୩୧ ମଧ୍ୟରେ ଅଟେ । ତେବେ କମ୍ପାନୀ ଅନୁସାରେ ଏହା ୧ ଲିଟର ପେଟ୍ରୋଲରେ ୨୨.୩ କି.ମି ମାଇଲେଜ ଦେଖାଇଥାଏ ।
Maruti Suzuki S-Presso: ମାରୁତି ସୁଜୁକିର ଆଉ ଏକ ଆକର୍ଷଣୀୟ କାର୍ ହେଉଛି ଏସ୍- ପ୍ରେସୋ । ଯାହା ଗ୍ରାହକମାନଙ୍କୁ ବେଶ୍ ପସନ୍ଦ ଆସିଥାଏ । ମିନି ଏସ୍- ପ୍ରେସୋର ପ୍ରାରମ୍ଭିକ ମୂଲ୍ୟ ୩.୭୦ ଲକ୍ଷ ଟଙ୍କା ଅଟେ । କମ୍ପାନୀ ଅନୁଯାୟୀ ୧ କେ.ଜି ସିଏନ୍ଜିରେ ଏହି କାର୍ ୩୧.୨ କି.ମି ଚାଲିଥାଏ । ସିଏନ୍ଜି ମଡେଲ କାର୍ର ପ୍ରାରମ୍ଭିକ ମୂଲ୍ୟ ୪.୮୪ ଲକ୍ଷ ଅଟେ ।
Hundai Santro (ହୁଣ୍ଡାଇ ସାନ୍ଟ୍ରୋ): ହୁଣ୍ଡାଇ ସାନ୍ଟ୍ରୋର ଦିଲ୍ଲୀରେ ଏକ୍ସ- ଶୋରୁମ୍ ମୂଲ୍ୟ ୪.୬୭ ଲକ୍ଷରୁ ୬.୩୫ ଲକ୍ଷ ରହିଛି । ଏହି କାର୍ ୧ ଲିଟର ପେଟ୍ରୋଲରେ ୨୦.୩ କି.ମି ମାଇଲେଜ ଦେଖାଇଥାଏ ।
Tata Tigaro ( ଟାଟା ଟିଆଗୋ) : ଏହି କାର୍ର ମୂଲ୍ୟ ୪.୮୫ ଲକ୍ଷରୁ ୬.୮୪ ଲକ୍ଷ ଅଟେ ।ଏହି କାର୍ ୧ ଲିଟର ପେଟ୍ରୋଲରେ ୨୩.୮୪ କି.ମି ମାଇଲେଜ୍ ଦେଖାଇଥାଏ ।