ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଏପ୍ରିଲ ୩ ରେ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟର ପ୍ରାଚୀନତମ ଉତ୍କଳ ବିଶ୍ଵବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ତେବେ ଏହି ସୁବର୍ଣ୍ଣ ଜୟନ୍ତି ଅବସରରେ ଆୟୋଜିତ ହେବାକୁ ଥିବା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଏହାର ଅଧ୍ୟକ୍ଷତା କରିବେ ଓଡିଶାର ରାଜ୍ୟପାଳ ତଥା ବିଶ୍ଵବିଦ୍ୟାଳୟ କୁଳାଧିପତି ଗଣେଶୀ ଲାଲ୍ । ତେବେ ସମ୍ମାନୀୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଯୋଗ ଦେବେ । ତେବେ ଏନେଇ ଆଜି ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ ।
ତେବେ ଏହି ସମାରୋହରେ ଦେଶର ୫ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଓ ଉତ୍କଳ ବିଶ୍ଵବିଦ୍ୟାଳୟର ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପାଇଁ ମନୋନୀତ କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯିବ ।
ଏହି ସମାବର୍ତ୍ତନ ଉତ୍ସବ ଉତ୍କଳ ବିଶ୍ଵବିଦ୍ୟାଳୟର କନ୍ଭୋକେସନ ହଲରେ ଅନୁଷ୍ଠିତ ହେବ । ଏବଂ ସମସ୍ତ କୋଭିଡ- ୧୯ ଗାଇଡ୍ ଲାଇନକୁ କଡାକଡି ଭାବେ ପାଳନ କରାଯିବ । ୫୦୦ ଜଣଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଅନୁମତି ଦିଆଯାଇଥିବା ବେଳେ ସାମାଜିକ ଦୂରତା ଓ ମାକ୍ସ ପରିଧାନ କଡାକଡି କରାଯିବ । ଏବଂ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ପ୍ରେସମିଟ୍ ଜରିଆରେ ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।