ସନ୍ଷ୍ଟାର ଟିଭି ବ୍ୟୁରୋ
ବାରିପଦା: ଜଳୁଛି ଶିମିଳିପାଳ ଅଭୟାରଣ୍ୟ ।ଏସିଆର ସର୍ବବୃହତ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ଏକ ମାସ ହେବ ନିଆଁ ଲିଭିବାର ନାଁ ଧରୁନି । ଅଭୟାରଣ୍ୟରେ ପ୍ରାୟ ୪୭ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି । ଅଭୟାରଣ୍ୟର ପୋଡାଡିହା, ନଅଣା, ଡୁକୁରା, ଜେନାବିଲ, ନଅଣା ସାଉଥ, ବାରେହିପାଣି, ପିଠାବଟା ସାଉଥ, ପିଠାବଟା ନର୍ଥ ରେଞ୍ଜର ମୋଟ ୪୭ ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ଜଣାପଡିଛି ।
ତେବେ ନିଆଁ ଲାଗିଥିବାରୁ ଅସହ୍ୟ ତାତି ସହିବାକୁ ପଡୁଛି ସେଠାକାର ଜନସାଧାରଣଙ୍କୁ । ଶିମିଳିପାଳରେ ନିଆଁ ଲାଗିବା କାରଣରୁ ସେଠାକାର ତାପମାତ୍ରା ମଧ୍ୟ ବଢିବାରେ ଲାଗିଛି । ଏହି ନିଆଁ କାରଣରୁ ବାରିପଦା ସହର ତାପମାତ୍ରା ସର୍ବାଧିକ ରହିଛି ବୋଲି ଅନୁମାନ କରାଯାଉଛି ।