ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ୍ ଉତ୍କଳ ଦିବସ ଅବସରରେ ରିଲିଜ ହେବାକୁ ଯାଉଛି ଓଡ଼ିଶାର ପ୍ରବାଦ ପୁରୁଷ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ସଂଗୀତ ‘ମୁଁ ବିଜୁ ବାବୁ ପରି ହେବି’ । ଏଥିରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହି, ତୁଷାର କାନ୍ତି ବେହାରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲୀ, ବ୍ରଜ ପ୍ରଧାନ ଅଭିନୟ କରିଛନ୍ତି । ଏହାସହିତ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏହି ଗୀତରେ ନଜର ଆସିଛନ୍ତି ।
ତେବେ ଗୀତଟିକୁ ଗୀତିକାର ତପୁନାୟକ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ । ଏହି ସଙ୍ଗୀତରେ ବିଜୁ ବାବୁଙ୍କର ବୀରତ୍ୱ, ଆଦର୍ଶ ଓ ସାହାସିକତାକୁ ସଂଗୀତରେ ସ୍ଥାନ ଦିଆଯାଇଛି ।