ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗରମ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଏହା ମଧ୍ୟରେ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ଏଠାର ତାପମାତ୍ରା ୪୪.୬ ଡିଗ୍ରୀ ରହିଥିଲା । ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ ଠାରୁ ଅଧିକ ତାତି ଓଡିଶାରେ ଦେଖିବାକୁ ମିଳିଛି । ବାରିପଦାର ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଆଜି ରାଜ୍ୟରେ ବାରିପଦାକୁ ଛାଡି ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଦେଖିବାକୁ ମିଳିଛି । ତାଳଚେରରେ ୪୨.୭ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ଝାରସୁଗୁଡାରେ ୪୨.୨ ଡିଗ୍ରୀ, ବଲାଙ୍ଗୀରରେ ୪୨.୨ ଡିଗ୍ରୀ, ଟିଟିଲାଗଡରେ ୪୨ ଡିଗ୍ରୀ, ଅନୁଗୁଳରେ ୪୧.୯ ଡିଗ୍ରୀ, ସୋନପୁରରେ ୪୧.୮ ଡିଗ୍ରୀ, ନୟାଗଡରେ ୪୧.୭ ଡିଗ୍ରୀ, ବାଲେଶ୍ଵରରେ ୪୧.୪ ଡିଗ୍ରୀ, ହିରାକୁଦରେ୪୧.୪ ଡିଗ୍ରୀ, ସମ୍ଵଲପୁରରେ ୪୧.୩ ଡିଗ୍ରୀ, ସୁନ୍ଦରଗଡରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, କଟକରେ ୪୦.୫ ଡିଗ୍ରୀ, ଫୁଲବାଣୀରେ୪୦ଡିଗ୍ରୀ ସେଲସିୟସ୍ ରହିଥିଲା ।
&
TOP 17 HOTTEST PLACES IN ODISHA
(Realized Past 24 hrs Maximum Temperature)https://t.co/a7SV1mUBmJ pic.twitter.com/HmIgfi96gO— Meteorological Centre, Bhubaneswar (@mcbbsr) March 31, 2021
;