ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ପ୍ରବଳ ତାତିକୁ ଅସହ୍ୟ ଗରମ । ଦିନ ୧୦ଟାରେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି । ତେବେ ଆଗକୁ ଆହୁରୀ ଗରମ ବଢିବ । ଆଜି ଆଞ୍ଚଳିକ ପାଣିପାଗ ବିଭାଗ ୨୧ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଙ୍ଗ୍ ଜାରି କରିଛି । ସେହି ଜିଲ୍ଲା ଗୁଡିକରେ ସତର୍କତା ଅବଲମ୍ଵନ କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ସେହି ଜିଲ୍ଲା ଗୁଡିକ ହେଉଛି ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ସୋନପୁର, ଦେଓଗଡ, କେନ୍ଦୁଝର, ସମ୍ଵଲପୁର, ସୁନ୍ଦରଗଡ, ମୟୁରଭଞ୍ଜ ।
ଏହି ଜିଲ୍ଲାଗୁଡିକରେ ଲୋକମାନେ ସତର୍କ ରହିବା ସହିତ ବାହାର ଓ ଗୃହପାଳିତ ପଶୁମାନଙ୍କ ଯତ୍ନ ନେବା ସହ ରୋଗାକ୍ରାନ୍ତ, ବୃଦ୍ଧ ଓ ଶିଶୁଙ୍କ ପ୍ରତି ବିଶେଷ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।
ତେବେ ଆଜି ରାଜ୍ୟରେ ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଦେଖିବାକୁ ମିଳିଥିଲା । ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ଥିବା ବେଳେ ତାଳଚେରରେ ୪୨.୭ଡିଗ୍ରୀ, ବୌଦ୍ଧରେ ୪୨.୫ ଡିଗ୍ରୀ, ଝାରସୁଗୁଡାରେ ୪୨.୨ ଡିଗ୍ରୀ, ବଲାଙ୍ଗୀରରେ ୪୨.୨ ଡିଗ୍ରୀ, ଟିଟିଲାଗଡରେ ୪୨ ଡିଗ୍ରୀ, ଅନୁଗୁଳରେ ୪୧.୯ ଡିଗ୍ରୀ, ସୋନପୁରରେ ୪୧.୮ ଡିଗ୍ରୀ, ନୟାଗଡରେ ୪୧.୭ ଡିଗ୍ରୀ, ବାଲେଶ୍ଵରରେ ୪୧.୪ ଡିଗ୍ରୀ, ହିରାକୁଦରେ୪୧.୪ ଡିଗ୍ରୀ, ସମ୍ଵଲପୁରରେ ୪୧.୩ ଡିଗ୍ରୀ, ସୁନ୍ଦରଗଡରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, କଟକରେ ୪୦.୫ ଡିଗ୍ରୀ, ଫୁଲବାଣୀରେ୪୦ଡିଗ୍ରୀ ସେଲସିୟସ୍ ରହିଥିଲା ।
#Heatwave Warning for Day-1 & Day-2
(Valid up to 0830 hrs IST of 02.04.2021)#Orange #Warning(To be prepared) pic.twitter.com/yDEyGIWmYf— Meteorological Centre, Bhubaneswar (@mcbbsr) March 31, 2021